କେନ୍ଦ୍ରାପଡ଼ା ସରପଞ୍ଚ ଙ୍କ ନିର୍ଯାତନା ଘଟଣା, ମାଲକାନଗିରି ଜିଲ୍ଲା ସରପଞ୍ଚ ସଂଘ ପକ୍ଷରୁ ତୀବ୍ର ପ୍ରତିବାଦ, ଜିଲ୍ଲାପାଳ ଙ୍କୁ ଦାବିପତ୍ର

ମାଲକାନଗିରି(୨୦/୦୬)ପ୍ରତୀକ ସମାଚାର - କେନ୍ଦ୍ରାପଡ଼ା ଜିଲ୍ଲା ତିଖିରି ପଞ୍ଚାୟତର ମହିଳା ସରପଞ୍ଚଙ୍କ ପ୍ରତି ହୋଇଥିବା ଅନ୍ୟାୟ ଓ ଅତ୍ୟାଚାର ଘଟଣାକୁ ନେଇ ଏବେ ସାରା ରାଜ୍ୟରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ଏହି କ୍ରମରେ ଆଜି ମାଲକାନଗିରି ଜିଲ୍ଲା ସରପଞ୍ଚ ସଂଘ ପକ୍ଷରୁ ଶ୍ରୀନିବାସ ମୁଦୁଲି ଜିଲ୍ଳା ସଭାପତି ଙ୍କ ନେତୃତ୍ଵ ରେ ଏକତ୍ରିତ ହୋଇ ଏହାର ଦୃଢ଼ ପ୍ରତିବାଦ କରାଯାଇଛି। ସରପଞ୍ଚ ସଂଘ ପକ୍ଷରୁ ମହାମହିମ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ମାଲକାନଗିରି ଜିଲ୍ଲାପାଳଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଛି। ​ସଂଘର କହିବା ଅନୁଯାୟୀ, ଜଣେ ମହିଳା ସରପଞ୍ଚ ଯିଏକି ଏକ ସାମ୍ବିଧାନିକ ପଦବୀରେ ରହିଛନ୍ତି, ତାଙ୍କୁ ଯେଉଁଭଳି ଭାବେ ହଇରାଣ ହରକତ ଓ ମାନସିକ ନିର୍ଯାତନା ଦିଆଯାଇଛି, ତାହା ଅତ୍ୟନ୍ତ ଦୁଃଖଦାୟକ ଏବଂ ଏହା ଦ୍ଵାରା ଜଣେ ଜନପ୍ରତିନିଧିଙ୍କ ମାନ-ମର୍ଯ୍ୟାଦା କ୍ଷୁଣ୍ଣ ହୋଇଛି। ଏହି ଘଟଣାରେ ସମ୍ପୃକ୍ତ ଥିବା ସମସ୍ତ ଦୋଷୀଙ୍କୁ ତୁରନ୍ତ ଗିରଫ କରାଯିବା ସହ କଠୋର ଦଣ୍ଡ ପ୍ରଦାନ କରିବାକୁ ସଂଘ ଦାବି କରିଛି। ଏହା ସହିତ ଏହି ଘଟଣାରେ ଯଦି କୌଣସି ବିଡିଓ କିମ୍ବା ଆଇଆଇସି (IIC) ସମ୍ପୃକ୍ତ ଅଛନ୍ତି, ତେବେ ସେମାନଙ୍କ ବିରୋଧରେ ମଧ୍ୟ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ବୋଲି ସରପଞ୍ଚ ସଂଘ ଦାବିପତ୍ରରେ ଉଲ୍ଲେଖ କରିଛି। ​ଆଜି ମାଲକାନଗିରି ଜିଲ୍ଲାର ସମସ୍ତ ସରପଞ୍ଚ ଏକ ସ୍ୱରରେ ଏହି ନିନ୍ଦନୀୟ ଘଟଣାର ପ୍ରତିବାଦ କରିବା ସହ ପୀଡ଼ିତାଙ୍କୁ ନ୍ୟାୟ ନମିଳିବା ପର୍ଯ୍ୟନ୍ତ ଏହି ଲଢ଼େଇ ଜାରି ରହିବ ବୋଲି ଚେତାବନୀ ଦେଇଛନ୍ତି।

Jun 20, 2026 - 20:35
 0  92
କେନ୍ଦ୍ରାପଡ଼ା ସରପଞ୍ଚ ଙ୍କ ନିର୍ଯାତନା ଘଟଣା, ମାଲକାନଗିରି ଜିଲ୍ଲା ସରପଞ୍ଚ ସଂଘ ପକ୍ଷରୁ ତୀବ୍ର ପ୍ରତିବାଦ, ଜିଲ୍ଲାପାଳ ଙ୍କୁ ଦାବିପତ୍ର

What's Your Reaction?

Like Like 1
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0