ଚିତ୍ରାଙ୍ଗପଲ୍ଲୀ ଗ୍ରାମପଞ୍ଚାୟତ ରେ ଭୀମ ଭୋଇ ଭିନ୍ନକ୍ଷମ ସାମର୍ଥ ଅଭିଯାନ ଶିବିର ଅନୁଷ୍ଠିତ

ମାଲକାନଗିରି (୨୧/୦୭)ପ୍ରତୀକ ସମାଚାର -ଆଜି ମାଲକାନଗିରି ଜିଲ୍ଲା କାଲିମେଳା ବ୍ଲକ ଅନ୍ତର୍ଗତ ଚିତ୍ରାଙ୍ଗପଲ୍ଲୀ ଗ୍ରାମପଞ୍ଚାୟତ ରେ ଭୀମ ଭୋଇ ଭିନ୍ନକ୍ଷମ ସାମର୍ଥ ଅଭିଯାନ ଶିବିର ଅନୁଷ୍ଠିତ ହୋଇଯାଇଛି | ଏହି କାର୍ଯ୍ୟକ୍ରମ ରେ ମାଲକାନଗିରି ମୁଖ୍ୟ ଚିକିତ୍ସାଳୟ ରୁ ସମସ୍ତ ପ୍ରକାର ବିଶେଷଜ୍ଞ ଚିକିତ୍ସକ ଆସି ଲୋକଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରିଥିଲେ | ସ୍ୱାସ୍ଥ୍ୟ ପରୀକ୍ଷା ରେ ଚିହ୍ନଟ ରୋଗୀଙ୍କୁ ଭିନ୍ନକ୍ଷମ ପ୍ରମାଣ ପତ୍ର ଦିଆଯିବା ସହ ବସ୍ ଏବଂ ଟ୍ରେନ ରେ ଯାତାୟତ କରିବା ପାଇଁ ପାସ ପ୍ରଦାନ କରାଯିବା ର ବ୍ୟବସ୍ଥା କରାଯାଇଥିଲା | ମୁଖ୍ୟ ଅତିଥି ଭାବେ ଗୋଷ୍ଠୀ ଉନ୍ନୟନ ଅଧିକାରୀ ପ୍ରଦୀପ କୁମାର କର ଉପସ୍ଥିତ ଥିଲେ | ସମୁଦାୟ ୩୮୨ ଜଣ ଭିନ୍ନକ୍ଷମ ବ୍ୟକ୍ତି ଆସି ନିଜର ନାମ ଉଲ୍ଲେଖ କରି ସ୍ୱାସ୍ଥ୍ୟ ପରୀକ୍ଷା କରାଇ ଥିଲେ | ଏଥି ମଧ୍ୟରେ ୧୫୪ ଜଣ ଚଳନ ଅକ୍ଷମ,୫୬ ଜଣ ଦୃଷ୍ଟି ବାଧିତ,୫୧ ଜଣ ମୁକ ବଧିର,୧୬ ଜଣ ମାନସିକ ରୋଗୀ,୧୦ ଜଣ ଏଡ୍ସ ରୋଗୀ ଯୋଗ ଦେଇଥିବା ବେଳେ ୫୮ ଜଣ ବାର୍ଦ୍ଧକ୍ୟ ଭତା,୪ ଜଣ ଏନ ଏଫ ବି ଏସ,୩୧ ଜଣ ବସ୍ ପାସ ପାଇଁ,୨ ଜଣ ଅସ୍ତ୍ର ପ୍ରଚାର ଦ୍ୱାରା ଗୋଡ ହରାଇ ଥିବା ବ୍ୟକ୍ତି ଉପସ୍ଥିତ ଥିଲେ | ଏହି କାର୍ଯ୍ୟକ୍ରମ ରେ ବ୍ଲକ ର ଜି ପି ଡି ଇ ଓ ଜଗନ୍ନାଥ ମଣ୍ଡଳ, ବି ଏସ ଏସ ଓ ସନତ କୁ ସରକାର,୨୩ ଗୋଟି ଗ୍ରାମ ପଞ୍ଚାୟତ ର ନିର୍ବାହୀ ଅଧିକାରୀ, ଏ ସି ଡି ଓ ଏବଂ ଜି ଆର ଏସ ପ୍ରମୁଖ ଯୋଗଦାନ କରି ସେମାନଙ୍କ କାର୍ଯ୍ୟ ନିର୍ବାହ କରିଥିଲେ |

Jul 22, 2026 - 19:11
 0  58
ଚିତ୍ରାଙ୍ଗପଲ୍ଲୀ ଗ୍ରାମପଞ୍ଚାୟତ ରେ ଭୀମ ଭୋଇ ଭିନ୍ନକ୍ଷମ ସାମର୍ଥ ଅଭିଯାନ ଶିବିର ଅନୁଷ୍ଠିତ

What's Your Reaction?

Like Like 1
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0