ଜନଗଣନା ପାଇଁ ପ୍ରଶିକ୍ଷଣ କାର୍ଯ୍ୟକ୍ରମ କାଲିମେଳା ବ୍ଲକ ରେ ଅନୁଷ୍ଠିତ
ମାଲକାନଗିରି (୦୨/୦୪)ପ୍ରତୀକ ସମାଚାର -ଆଜି କାଲିମେଳା ବ୍ଲକ ରେ ଗୋଷ୍ଠୀ ଉନ୍ନୟନ ଅଧିକାରୀ ପ୍ରଦୀପ କୁମାର କର ଏବଂ ଅତିରିକ୍ତ ତହସିଲଦାର ରାଜୀବ କୁମାର ବେହେରା ଙ୍କ ପ୍ରତ୍ୟକ୍ଷ୍ୟ ତତ୍ୱାବଧାନ ରେ ଜନଗଣନା ପାଇଁ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି | ଏହି କାର୍ଯ୍ୟକ୍ରମ ରେ ବ୍ଲକ ଅଧକ୍ଷ୍ୟା ସୁବାସିନୀ ସୋଡି ଏବଂ ୨୩ ଗୋଟି ପଞ୍ଚାୟତ ର ସରପଞ୍ଚ ଏବଂ ସମିତି ର ସଦସ୍ୟ ମାନଙ୍କୁ ପ୍ରଶିକ୍ଷଣ ପ୍ରଦାନ କରାଯାଇଛି | ସେମାନେ ନିଜନିଜ ପଂଚାୟତ ରେ ସମସ୍ତ ଜନସାଧାରଣ ଙ୍କୁ ସଚେତନତା କରାଇବା ସହ ଜନଗଣନା ପାଇଁ ଆସୁଥିବା ସରକାରୀ ଅଧିକାରୀ ଙ୍କୁ କାର୍ଯ୍ୟ ରେ ସହଯୋଗ କରିବା ପାଇଁ ପ୍ରବର୍ତ୍ତାଇବେ |ଏହି କାର୍ଯ୍ୟକ୍ରମ ରେ ଜି ପି ଡି ଓ ଜଗନ୍ନାଥ ମଣ୍ଡଳ ମଧ୍ୟ ସହଯୋଗ କରିଥିଲେ | ଆଜି ଆସିଥିବା ସଦସ୍ୟ ମାନଙ୍କୁ ଉପସ୍ଥିତ ଅଧିକାରୀ ମାନେ ନିଜ ନିଜ ଘରର ଅନଲାଇନ ମାଧ୍ୟମରେ ଜନଗଣନା କାର୍ଯ୍ୟ କିପରି କରାଯିବ ସେମାନଙ୍କୁ ଶିଖାଇ ଥିଲେ |
What's Your Reaction?
Like
2
Dislike
0
Love
0
Funny
0
Angry
0
Sad
0
Wow
1