ମାଲକାନଗିରି ଜିଲ୍ଲା ଆଇନସେବା ପ୍ରାଧିକରଣ ଦ୍ବାରା ପ୍ରଥମ ଜାତୀୟସ୍ତରୀୟ ଲୋକ ଅଦାଲତ

ମାଲକାନଗିରି (୧୪/୦୩)ପ୍ରତୀକ ସମାଚାର -ରାଜ୍ୟ ଆଇନ ସେବା ପ୍ରାଧିକରଣ ନିର୍ଦେଶ କ୍ରମେ ଆଜି ତା ୧୪,୦୩,୨୦୨୬ ରିଖ ମାଲକାନଗିରି ଜିଲ୍ଲା ଆଈନ ସେବା ପ୍ରାକରଣ,ତାଲୁକ ଆଈନ ସେବା ପ୍ରାଧ୍କରଣ ମୋଟୁ ଏବଂ ଜେ ଏମ ଏଫ ସି ,ମାଥୁଲି ଓ ,କୁଡୁମୁଳୁ ଗୁମ୍ମା, ଗ୍ରାମ ନ୍ୟାୟଳୟ, କୋରୁକୋଣ୍ଡା,ମାଲକାନଗିରି ଦ୍ବାରା ପ୍ରଥମ ଜାତୀୟ ସ୍ତରୀୟ ଲୋକ ଅଦାଲତ ମାଲକାନଗିରିର ସମସ୍ତ ବିଚାରଳୟ ତଥା ମାଥୁଲି , ମୋଟୁ, କୁଡୁମୁଳୁଗୁମ୍ମା ଠାରେ ମଧ୍ଯ ଅନୁଷ୍ଠିତ ହୋଇ ଯାଇ ଅଛି ।ଏହି ଲୋକ ଅଦାଲତ ରେ ଅନ୍ୟ ମାନଙ୍କ ମଧ୍ଯ ରେ ମାଲକାନଗିରି ଜିଲ୍ଲା ଜଜ ତଥା ଆଈନ ସେବା ପ୍ରାକରଣ ର ଅଧକ୍ଷ୍ୟ ଡାଃ ପ୍ରସନ୍ନ କୁମାର ପଣ୍ଡା, ଅତିରିକ୍ତ ଜିଲ୍ଲା ଜଜ ଶାନ୍ତନୁ କୁମାର ଦାସ, ଜିଲ୍ଲା ଆଈନ ସେବା ପ୍ରାଧ୍କରଣ ସଚିବ ତଥା ବରିଷ୍ଠ ଦେୱାନୀ ବିଚାରପତି ସଂଗୀତା ପାତ୍ର, ଉପଖଣ୍ଡ ଦଣ୍ଡାକରି ପ୍ରତିମା ସାହୁ ଏବଂ ଗ୍ରାମ ନ୍ୟାୟକାରୀ ପରିନିତା ନାୟକ, ପ୍ରଥମ ଶ୍ରେଣୀ ଦଣ୍ଡାଧିକାରି , ମାଥ୍‌ଲି ପଦ୍ମନାଭ ମାଝି, ପ୍ରଥମ ଶ୍ରେଣୀ ଦଣ୍ଡାକାରୀ , ମୋଟୁ ଅଂଶୁମାନ ଦାସ, ପ୍ରଥମ ଶ୍ରେଣୀ ଦଣ୍ଡାକାରୀ, କୁଡୁମୁଳୁ ଗୁମ୍ମା ବିମଲ ଲକ୍ଷ୍ମୀ ଚୌଧୁରୀ ପ୍ରମୁଖ ଉପସ୍ଥିତ ରହି ବିଭିନ୍ନ ପ୍ରକାର ମୋକଦମା ର ଫଇସଲା କରିଥିଲେ ।ଏହି ଜିଲ୍ଲାସ୍ତରୀୟ ଲୋକ ଅଦାଲତ ରେ ମୋଟ ୭୭୨୩ ଗୋଟି ମକଦ୍ଦମର ଫଇସଲା କରାଯାଇ ୬୮୬୧୦୮୫/- ଟଙ୍କା ଧାର୍ଯ୍ୟ କରଯାଇଥିଲା । ଏହି ଲୋକ ଅଦାଲତ ରେ ଜିଲ୍ଲା କୋର୍ଟ, ଅତିରିକ୍ତ ଜିଲ୍ଲା ଜଜ କୋର୍ଟ, ଏସଡ଼ିଜେଏମ କୋର୍ଟ , ମୋଟୁ ଜେଏମଏଫସି କୋର୍ଟ, ମାଥୁଲି ଜେଏମଏଫସି କୋର୍ଟ, କୁଡୁମୁଳୁଗୁମ୍ମା ଜେଏମଏଫସି କୋର୍ଟ ଓ ଜିଲ୍ଲା ଆଈନ ସେବା ପ୍ରାଧୁକରଣ, ମାଲକାନଗିରି, ତାଲୁକ ଆଈନ ସେବା ସମିତି ,ମୋଟୁ ଓ ଆଇନସେବା ପ୍ରତିପକ୍ଷ ଓକିଲଙ୍କ କାର୍ଯ୍ୟାଳୟ ର ସମସ୍ତ କର୍ମଚାରୀ ଓ ମାଲକାନଗିରି ଓ ମୋଟୁ ର ଓକିଲ ସଂଘ ର ସଭ୍ୟ ଗଣ ଉପସ୍ଥିତ ରହି ଅଦାଲତ କାର୍ଯ୍ୟ ରେ ସମ୍ପୂର୍ଣ ସହଯୋଗ କରିଥିଲେ I

Mar 14, 2026 - 17:50
Mar 14, 2026 - 17:52
 0  69
ମାଲକାନଗିରି ଜିଲ୍ଲା ଆଇନସେବା ପ୍ରାଧିକରଣ ଦ୍ବାରା ପ୍ରଥମ ଜାତୀୟସ୍ତରୀୟ ଲୋକ ଅଦାଲତ

What's Your Reaction?

Like Like 1
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0