ମାଲକାନଗିରି ୟୁନିୟନଅଫ ଜର୍ଣ୍ଣାଲିଷ୍ଟସ ତରଫରୁ ଧାରଣା ପ୍ରଦର୍ଶନ ଓ ସରକାରଙ୍କୁ ଦାବିପତ୍ର ପ୍ରଦାନ
ମାଲକାନଗିରି (୦୧/୦୫)ପ୍ରତୀକ ସମାଚାର - ଆଜି ପବିତ୍ର 'ମଇ ଦିବସ' ବା 'ଆନ୍ତର୍ଜାତିକ ଶ୍ରମିକ ଦିବସ' ଅବସରରେ ଓଡ଼ିଶାର ସବୁଠାରୁ ବଡ଼ ସାମ୍ବାଦିକ ସଂଘ ଓଡ଼ିଶା ୟୂନିୟନ ଅଫ ଜର୍ଣ୍ଣାଲିଷ୍ଟସ ର ସଭାପତି ଶ୍ରୀ ପ୍ରସନ୍ନ ମହାନ୍ତିଙ୍କ ନିର୍ଦ୍ଦେଶକ୍ରମେ, ଓଡ଼ିଶାର ସମସ୍ତ ୩୦ ଟି ଜିଲ୍ଲାରେ ସାମ୍ବାଦିକ ମାନଙ୍କ ବହୁ ପ୍ରତିକ୍ଷିତ ତିନୋଟି ଦାବି ଯଥା ପେନସନ, ସ୍ଵିକୃତି ଏବଂ ସାମ୍ବାଦିକ ସୁରକ୍ଷା ଦାବିରେ, ପ୍ରତ୍ୟେକ ଜିଲ୍ଲାର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ପ୍ରଦର୍ଶନ କରାଯାଇଥିଲା । ଏଥିସହିତ ପ୍ରତ୍ୟେକ ଜିଲ୍ଲାର ଜିଲ୍ଲାପାଳଙ୍କ ଜରିଆରେ ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝିଙ୍କ ଉଦ୍ଦେଶ୍ୟରେ ଏହି ତିନୋଟି ଦାବି ସମ୍ବଳିତ ଗୋଟିଏ ଦାବିପତ୍ର ପ୍ରଦାନ କରାଯାଇଥିଲା। ଏହି ପରିପ୍ରେକ୍ଷୀରେ ମାଲକାନଗିରି ଜିଲ୍ଲାରେ ମଧ୍ୟ ଓଡ଼ିଶା ୟୁନିୟନ ଅଫ୍ ଜର୍ଣ୍ଣାଲିଷ୍ଟସ ର ମାଲକାନଗିରି ଶାଖା ମାଲକାନଗିରି ୟୁନିୟନ ଅଫ୍ ଜର୍ଣ୍ଣାଲିଷ୍ଟସ ତରଫରୁ ସଙ୍ଘର ସଭାପତି ଶ୍ରୀ ଦେବ ପ୍ରସାଦ ଦାସ ଙ୍କ ନେତୃତ୍ବରେ ମାଲକାନଗିରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ପ୍ରଦର୍ଶନ କରିବା ସହିତ ମାଲକାନଗିରି ଜିଲ୍ଲାପାଳ ପ୍ରଥମେସ ରାଜସିର୍କେଙ୍କ ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝିଙ୍କ ଉଦ୍ଦେଶ୍ୟରେ ସାମ୍ବାଦିକ ପେନସନ, ସ୍ଵିକୃତି ଏବଂ ସାମ୍ବାଦିକ ସୁରକ୍ଷା, ଏହି ତିନୋଟି ଦାବି ସମ୍ବଳିତ ଗୋଟିଏ ଦାବିପତ୍ର ପ୍ରଦାନ କରାଯାଇଥିଲା। ଏହି ଧାରଣାରେ ମାଲକାନଗିରି ୟୁନିୟନ ଅଫ୍ ଜର୍ଣ୍ଣାଲିଷ୍ଟସ ର ଉପ ସଭାପତି ସତ୍ୟନାରାୟଣ ପଣ୍ଡା, ସମ୍ପାଦକ ଶରତଚନ୍ଦ୍ର ମହାରଣା,ସହ ସମ୍ପାଦକ ଅସିମ ବିଶ୍ୱାସ, କୋଷାଧ୍ୟକ୍ଷ ଚକ୍ରଧର ପଟ୍ଟନାୟକ ସହିତ ସମସ୍ତ ବ୍ଲକ୍ ସଭାପତି ଏବଂ ଶତାଧିକ ସାମ୍ବାଦିକ ଭାଇମାନେ ଉପସ୍ଥିତ ଥିଲେ।
What's Your Reaction?
Like
1
Dislike
0
Love
0
Funny
0
Angry
0
Sad
0
Wow
0