ମାଲକାନଗିରିରେ ବିଶ୍ୱ ମ୍ୟାଲେରିଆ ଦିବସ ପାଳିତ*ମ୍ୟାଲେରିଆ ମୁକ୍ତ ମାଲକାନଗିରି ପାଇଁ ସଂକଳ୍ପ*

ମାଲକାନଗିରି(୨୫/୪)ପ୍ରତୀକ ସମାଚାର - ବିଶ୍ୱ ମ୍ୟାଲେରିଆ ଦିବସ ୨୦୨୬ ଅବସରରେ ମାଲକାନଗିରି ଜିଲ୍ଲା ସ୍ୱାସ୍ଥ୍ୟ ସମିତି ଏବଂ ପିରାମଲ୍ ଫାଉଣ୍ଡେସନର ମିଳିତ ସହଯୋଗରେ ଏକ ଜିଲ୍ଲା ସ୍ତରୀୟ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ସଫଳତାର ସହ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ମ୍ୟାଲେରିଆ ମୁକ୍ତ ମାଲକାନଗିରି ଗଠନ ଦିଗରେ ବ୍ୟାପକ ଆଲୋଚନା କରାଯିବା ସହ ଏକ ସୁଦୃଢ ପଥ ପ୍ରସ୍ତୁତ କରାଯାଇଥିଲା। ମୁଖ୍ୟତଃ ୩-ଟି କୌଶଳ – ଟ୍ରେସ୍, ଟେଷ୍ଟ ଏବଂ ଟ୍ରିଟ୍ – ଉପରେ ଗୁରୁତ୍ୱ ଦିଆଯାଇ ମ୍ୟାଲେରିଆର ଆଗୁଆ ଓ ପୂର୍ଣ୍ଣ ଚିକିତ୍ସାର ଆବଶ୍ୟକତା ସମ୍ପର୍କରେ ଉପସ୍ଥିତ ସମସ୍ତଙ୍କୁ ଅବଗତ କରାଯାଇଥିଲା।ଉପଖଣ୍ଡ ଏବଂ ପଞ୍ଚାୟତ ସ୍ତରୀୟ ତଥ୍ୟକୁ ଭିତ୍ତି କରି ଅଧିକ ମ୍ୟାଲେରିଆ ପ୍ରବଣ ଅଞ୍ଚଳଗୁଡ଼ିକୁ ଚିହ୍ନଟ କରାଯାଇଥିଲା ଏବଂ ଆଗାମୀ ୨୦୨୬-୨୭ ବର୍ଷ ପାଇଁ ଏକ ଲକ୍ଷ୍ୟଭିତ୍ତିକ ଯୋଜନା ପ୍ରସ୍ତୁତ କରାଯାଇଥିଲା। ସ୍ୱାସ୍ଥ୍ୟ ବିଭାଗ ଓ ପିରାମଲ୍ ଫାଉଣ୍ଡେସନର ଅଧିକାରୀମାନେ ଔଷଧୀୟ ମଶାରୀର ବ୍ୟବହାର, ନିୟମିତ ସଚେତନତା ଏବଂ ସଠିକ୍ ସମୟରେ ରକ୍ତ ପରୀକ୍ଷା କରି ଚିକିତ୍ସିତ ହେବାକୁ ପରାମର୍ଶ ଦେଇଥିଲେ।ଏହି କାର୍ଯ୍ୟକ୍ରମରେ ଜିଲ୍ଲା ସ୍ୱାସ୍ଥ୍ୟ ଅଧିକାରୀ, ଅତିରିକ୍ତ ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ, ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ, ଆଶା କର୍ମୀ, ଶିକ୍ଷକ, ହଷ୍ଟେଲ ଅଧୀକ୍ଷକ, ନର୍ସିଂ ଛାତ୍ରଛାତ୍ରୀ ଏବଂ ପିରାମଲ୍ ଫାଉଣ୍ଡେସନର କର୍ମକର୍ତ୍ତାମାନେ ଯୋଗ ଦେଇଥିଲେ। ପରିଶେଷରେ, ମ୍ୟାଲେରିଆ ମୁକ୍ତ ମାଲକାନଗିରି ପାଇଁ ସମୂହ ଶପଥ ପାଠ କରାଯାଇ କାର୍ଯ୍ୟକ୍ରମ ସମାପ୍ତ ହୋଇଥିଲା।

Apr 25, 2026 - 21:52
Apr 25, 2026 - 21:53
 0  37
ମାଲକାନଗିରିରେ ବିଶ୍ୱ ମ୍ୟାଲେରିଆ ଦିବସ ପାଳିତ*ମ୍ୟାଲେରିଆ ମୁକ୍ତ ମାଲକାନଗିରି ପାଇଁ ସଂକଳ୍ପ*

What's Your Reaction?

Like Like 1
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0