ରାତ୍ରିକାଳୀନ ପାଟ୍ରୋଲିଂରେ ବନ ବିଭାଗର ବଡ଼ ସଫଳତା : ୧୦ ଶାଗୁଆନ ଗଣ୍ଡି ସହ ବୋଲେରୋ ପିକଅପ୍ ଜବତ, ଜଣେ ଅଟକ

ମାଲକାନଗିରି(୧୪/୦୭)ପ୍ରତୀକ ସମାଚାର -: ମାଲକାନଗିରି ଜିଲ୍ଲାରେ ବେଆଇନ କାଠ ଚୋରାଚାଲାଣ ବିରୋଧରେ ବନ ବିଭାଗର ଅଭିଯାନକୁ ବଡ଼ ସଫଳତା ମିଳିଛି। ଚିତ୍ରକୋଣ୍ଡା ବନାଞ୍ଚଳର କର୍ମଚାରୀମାନେ ରାତ୍ରିକାଳୀନ ପାଟ୍ରୋଲିଂ ସମୟରେ ଏକ ମହିନ୍ଦ୍ରା ବୋଲେରୋ ପିକଅପ୍–୨୦୭ ଗାଡ଼ିକୁ ଅଟକାଇ ତାହାରୁ ବେଆଇନ ଭାବେ ପରିବହନ କରାଯାଉଥିବା ୧୦ଟି ଶାଗୁଆନ ଗଣ୍ଡି ଜବତ କରିଛନ୍ତି। ଘଟଣାରେ ଜଣେ ଅଭିଯୁକ୍ତଙ୍କୁ ଅଟକ ରଖାଯାଇଛି। ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି ଯେ, ଉକ୍ତ ଶାଗୁଆନ କାଠଗୁଡ଼ିକ ମାଲକାନଗିରି ବନାଞ୍ଚଳର କୋରୁକୋଣ୍ଡା ଅଞ୍ଚଳରୁ ବେଆଇନ ଭାବେ ଆନ୍ଧ୍ରପ୍ରଦେଶର ଡୋଙ୍କରାଇ ଅଞ୍ଚଳକୁ ଚୋରାଚାଲାଣ କରାଯାଉଥିଲା। ବନ ବିଭାଗର ତ୍ୱରିତ କାର୍ଯ୍ୟାନୁଷ୍ଠାନ ଫଳରେ ଏହି ଚୋରାଚାଲାଣ ଉଦ୍ୟମ ବିଫଳ ହୋଇଥିଲା। ଜବତ କାଠ ଓ ଗାଡ଼ିକୁ ବନ ବିଭାଗ ନିଜ ହେପାଜତକୁ ନେଇଥିବା ବେଳେ, ଅଭିଯୁକ୍ତଙ୍କ ବିରୋଧରେ ଓଡ଼ିଶା ବନ ଆଇନ–୧୯୭୨ର ସମ୍ପୃକ୍ତ ଧାରା ଅନୁଯାୟୀ ମାମଲା ରୁଜୁ କରି ଆବଶ୍ୟକ ଆଇନଗତ ପଦକ୍ଷେପ ଗ୍ରହଣ କରାଯାଇଛି। ବନ ସମ୍ପଦର ସୁରକ୍ଷା ଓ କାଠ ଚୋରାଚାଲାଣ ରୋକିବା ପାଇଁ ଜିଲ୍ଲାର ବିଭିନ୍ନ ବନାଞ୍ଚଳରେ ରାତ୍ରିକାଳୀନ ପାଟ୍ରୋଲିଂ ଓ ସ୍ୱତନ୍ତ୍ର ଚଢ଼ାଉ ଅଭିଯାନକୁ ଆହୁରି ଜୋରଦାର କରାଯିବ ବୋଲି ବନ ବିଭାଗ ସୂଚନା ଦେଇଛି।

Jul 14, 2026 - 17:13
 0  48
ରାତ୍ରିକାଳୀନ ପାଟ୍ରୋଲିଂରେ ବନ ବିଭାଗର ବଡ଼ ସଫଳତା : ୧୦ ଶାଗୁଆନ ଗଣ୍ଡି ସହ ବୋଲେରୋ ପିକଅପ୍ ଜବତ, ଜଣେ ଅଟକ

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0