ସଡ଼କ ସୁରକ୍ଷା ନେଇ ଛାତ୍ରଛାତ୍ରୀଙ୍କ ସଚେତନତା ରାଲି

ମାଲକାନଗିରି (୦୯/୦୯)ପ୍ରତୀକ ସମାଚାର - ସିନ୍ଧ୍ରିମାଳ ପି ଏମ ଶ୍ରୀ ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ, ସିନ୍ଧ୍ରିମାଳ ପକ୍ଷରୁ ଅଧ୍ୟକ୍ଷା ମୁକ୍ତା ବେହେରାଙ୍କ ନେତୃତ୍ୱରେ ଏକ ସଡ଼କ ସୁରକ୍ଷା ସଚେତନତା ରାଲି ଆୟୋଜିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ମାଲକାନଗିରି ପରିବହନ ବିଭାଗ ବିଦ୍ୟାଳୟର ଜେ ଆର ସି ସଦସ୍ୟ, ସମସ୍ତ ଶିକ୍ଷକ-ଶିକ୍ଷୟିତ୍ରୀ ଓ ଛାତ୍ରଛାତ୍ରୀ ଉପସ୍ଥିତ ଥିଲେ। ରାଲି ମାଧ୍ୟମରେ ଛାତ୍ରଛାତ୍ରୀମାନେ ସାଧାରଣ ଲୋକଙ୍କୁ ହେଲମେଟ୍ ପିନ୍ଧିବା, ସିଟ୍‌ବେଲ୍ଟ ବାନ୍ଧିବା ଏବଂ ଟ୍ରାଫିକ୍ ନିୟମ ପାଳନ କରିବା ନେଇ ସଚେତନ କରିଥିଲେ। ହେଲମେଟ୍ ନପିନ୍ଧି ଯାତାୟାତ କରୁଥିବା ବ୍ୟକ୍ତିମାନଙ୍କୁ ଛାତ୍ରଛାତ୍ରୀମାନେ ଫୁଲ ଓ ଚକୋଲେଟ୍ ଦେଇ ସ୍ନେହପୂର୍ଣ୍ଣ ଭାବେ ସଚେତନ କରିବା ସହ ନିଜେ ହେଲମେଟ୍ ପିନ୍ଧାଇ ସୁରକ୍ଷିତ ଯାତ୍ରା ପାଇଁ ପ୍ରେରିତ କରିଥିଲେ। ଛାତ୍ରଛାତ୍ରୀଙ୍କ ଏହି ଅଭିନବ ଓ ଚିନ୍ତନଶୀଳ ପଦକ୍ଷେପ ସମାଜରେ ସଡ଼କ ସୁରକ୍ଷା, ଶୃଙ୍ଖଳା ଏବଂ ଦାୟିତ୍ୱବୋଧର ବାର୍ତ୍ତା ପହଞ୍ଚାଇବାରେ ବେଶ୍‌ ପ୍ରଶଂସନୀୟ ହୋଇଥିଲା। ଏଭଳି ପଦକ୍ଷେପ ମାଧ୍ୟମରେ ଛାତ୍ରଛାତ୍ରୀମାନେ ନିଜେ ସଚେତନ ହେବା ସହ ସମାଜର ଅନ୍ୟମାନଙ୍କୁ ମଧ୍ୟ ସୁରକ୍ଷିତ ଓ ଦାୟିତ୍ୱବାନ ନାଗରିକ ଭାବେ ଗଢ଼ି ତୋଳିବାର ବାର୍ତ୍ତା ଦେଇଛନ୍ତି।

Sep 9, 2026 - 16:52
 0  17
ସଡ଼କ ସୁରକ୍ଷା ନେଇ ଛାତ୍ରଛାତ୍ରୀଙ୍କ ସଚେତନତା ରାଲି

What's Your Reaction?

Like Like 1
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0