ସୋନିୟାଙ୍କ ପାଇଁ ବଢିଲା ସହାୟତାର ହାତ

​ ମାଲକାନଗିରି (୦୫/୦୩)ପ୍ରତୀକ ସମାଚାର -ନ୍ୟୁଜ୍ ପ୍ରସାରଣ ପରେ ଜଣେ ଅସହାୟଙ୍କ ଜୀବନ ବଞ୍ଚାଇବା ପାଇଁ ଆଗେଇ ଆସିଛି ଜିଲ୍ଲା ପ୍ରଶାସନ ଓ ସ୍ଥାନୀୟ ସଂଘ । ସୋନିୟା ଚଲାନଙ୍କ ଦୁର୍ଦ୍ଦଶା ସମ୍ପର୍କରେ ଖବର ପ୍ରସାରିତ ହେବା ପରେ, ଚିକିତ୍ସା ପାଇଁ ଏବେ ବିଭିନ୍ନ ମହଲରୁ ସହାୟତାର ସୁଅ ଛୁଟିଛି । ସୋନିୟାଙ୍କୁ ଉନ୍ନତ ଚିକିତ୍ସା ଯୋଗାଇ ଦେବା ପାଇଁ ଜିଲ୍ଲା ପ୍ରଶାସନ ତତ୍ପରତା ପ୍ରକାଶ କରିଛି । ପି ଏ ଆଇ ଟି ଡି ଏ ଙ୍କ ପକ୍ଷରୁ ୫୦,୦୦୦ ଟଙ୍କା ଏବଂ ଜିଲ୍ଲାପାଳଙ୍କ ନିର୍ଦ୍ଦେଶକ୍ରମେ ରେଡକ୍ରସ ପାଣ୍ଠିରୁ ୨୦,୦୦୦ ଟଙ୍କାର ଆର୍ଥିକ ସହାୟତା ପ୍ରଦାନ କରାଯାଇଛି । କେବଳ ସେତିକି ନୁହେଁ, ସୋନିୟାଙ୍କୁ ଜଣେ ଆମ୍ବୁଲାନ୍ସ ଆଟେଣ୍ଡାଣ୍ଟଙ୍କ ସହ କଟକର ଆଚାର୍ଯ୍ୟ ହରିହର କ୍ୟାନସର ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି । ଏହି ମହତ କାର୍ଯ୍ୟରେ ସାମିଲ ହୋଇଛନ୍ତି ଅନ୍ୟାନ୍ୟ ସଙ୍ଗଠନ ଓ ବ୍ୟକ୍ତିବିଶେଷ । ଏମ ୟୁ ଜେ ଏବଂ ସଭାପତି ଦେବ ପ୍ରସାଦ ଦାସଙ୍କ ପକ୍ଷରୁ ୧୦,୦୦୦ ଟଙ୍କା ପ୍ରଦାନ କରାଯାଇଥିବା ବେଳେ, ଘରୋଇ ବସ୍ ସଂଘ ଉପଦେଷ୍ଟା ଛବି ଦାସ ନିଜ ତରଫରୁ ୫,୦୦୦ ଟଙ୍କା ପ୍ରଦାନ କରି ମାନବିକତାର ପରିଚୟ ଦେଇଛନ୍ତି । ପ୍ରଶାସନ ଓ ସାଧାରଣ ଜନତାଙ୍କ ଏହି ମିଳିତ ସହଯୋଗ ସୋନିୟାଙ୍କୁ ନୂଆ ଜୀବନ ଦେବ ବୋଲି ଆଶା କରାଯାଉଛି । ତେବେ ଜିଲ୍ଲାପାଳଙ୍କ ଏହି ତ୍ୱରିତ ପଦକ୍ଷେପକୁ ସ୍ଥାନୀୟ ଅଞ୍ଚଳରେ ବେଶ୍ ପ୍ରଶଂସା କରାଯାଇଛି ।

Mar 5, 2026 - 13:14
 0  209
ସୋନିୟାଙ୍କ ପାଇଁ ବଢିଲା ସହାୟତାର ହାତ

What's Your Reaction?

Like Like 2
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0