ଭେଙ୍କେଟପାଲମ ଆଶ୍ରମ ବିଦ୍ୟାଳୟ ର ବାର୍ଷିକ ଉତ୍ସବ ଅନୁଷ୍ଠିତ
କାଲିମେଳା (୦୧/୦୩)ପ୍ରତୀକ ସମାଚାର-ଆଜି ମାଲକାନଗିରି ଜିଲ୍ଲା କାଲିମେଳା ବ୍ଲକ ଭେଙ୍କେଟପାଲମ ଆଶ୍ରମ ବିଦ୍ୟାଳୟ ତାର ବାର୍ଷିକ ଉତ୍ସବ ପାଳନ କରିଛି | ଏଥିରେ ମୁଖ୍ୟ ଅତିଥି ରୂପେ କାଲିମେଳା ବ୍ଲକ ଅଧ୍ୟକ୍ଷ୍ୟା ସୁବାସିନୀ ସୋଡି ଦୀପ ପ୍ରଜ୍ବଳନ କରି କାର୍ଯ୍ୟକ୍ରମ କୁ ଆଗେଇନେଇଥିଲେ | ସଭାପତି ଭାବେ ସୁମନ୍ତ କୁମାର ମାଝୀ ଅତିରିକ୍ତ ଜିଲ୍ଲା ମଙ୍ଗଳ ଅଧିକାରୀ ମାଲକାନଗିରି,ମୁଖ୍ୟ ବକ୍ତା ରୂପେ ସୌମ୍ୟ ରଞ୍ଜନ ନାୟକ, ମଙ୍ଗଳ ସମ୍ପ୍ରସାରଣ ଅଧିକାରୀ କାଲିମେଳା, ସନ୍ନମାନନିୟ ବକ୍ତା ଭାବେ ଦିଲ୍ଲିପ କୁମାର ରଥ, ସହକାରୀ ଶିକ୍ଷକ ମାଲାଭରମ ଆଶ୍ରମ ବିଦ୍ୟାଳୟ, ସନ୍ନମାନିତ ଅତିଥି ଭାବେ ବୁଜି କବାସୀ ସରପଞ୍ଚ ଭେଙ୍କଟପାଲମ ପଞ୍ଚାୟତ, ଭଗବାନ ନାୟକ ପ୍ରଧାନ ଶିକ୍ଷକ ମାଲଭରମ ଆଶ୍ରମ ବିଦ୍ୟାଳୟ,ଦୀପଙ୍କର ମଣ୍ଡଳ ପ୍ରଧାନ ଶିକ୍ଷକ ଆଶ୍ରମ ବିଦ୍ୟାଳୟ କାଲିମେଳା, ପୂର୍ବତନ ବିଧାୟକ ମୁକୁନ୍ଦ ସୋଡି, ଦୀପ୍ତି ରଞ୍ଜନ ଦାସ ସି. ଆର. ସି. ସି ଭେଙ୍କେଟପାଲମ, ବୁଦ୍ରା ଗୌଡ ବିଦ୍ୟାଳୟ ସଭାପତି,ଜୟରାମ ଗାଦବା ୱାର୍ଡ ମେମ୍ବର, ରାମା କାରାମ ସମାଜ ସେବି, ନିର୍ମଳ ମଣ୍ଡଳ ସମାଜ ସେବି, ବାଜା କାରାମ ଗ୍ରାମ ମୁଖିଆ ପ୍ରମୁଖ ଉପସ୍ଥିତ ଥିଲେ | ପ୍ରଧାନ ଶିକ୍ଷକ ଦେବାନନ୍ଦ ବୈରାଗୀ ବାର୍ଷିକ ବିବରଣୀ ପଠନ କରିଥିଲେ | ବିଦ୍ୟାଳୟ ର ଅନ୍ତେବାସୀ ମାନଙ୍କ ଦ୍ୱାରା ବିଭିନ୍ନ ପ୍ରକାର ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା | ବିଭିନ୍ନ ପ୍ରତିଯୋଗିତାରେ ଛାତ୍ର ଛାତ୍ରୀ ମାନେ ଅଂଶଗ୍ରହଣ କରି ଅତିଥି ମାନଙ୍କ ଦ୍ୱାରା ପୁରସ୍କୃତ ହୋଇଥିଲେ |ମୁଖ୍ୟ କିରାଣୀ କାଲିମେଳା ବ୍ଲକ ଶ୍ୟାମ ସୁନ୍ଦର ନାୟକ ଅତିଥି ପରିଚୟ ପ୍ରଦାନ କରିବା ସହ ଧନ୍ୟବାଦ ଅର୍ପଣ କରିଥିଲେ | ପରିଶେଷରେ ସଭାସାଙ୍ଗ କରାଯାଇଥିଲା |
What's Your Reaction?
Like
1
Dislike
0
Love
0
Funny
0
Angry
0
Sad
0
Wow
0