ମଦ ପିଇ ସ୍କୁଲକୁ ଆସୁଛନ୍ତି ଶିକ୍ଷକ, ବିଦ୍ୟାଳୟ ମ୍ୟାନେଜଂ କମିଟି ଓ ଅଭିଭାବକଙ୍କ ତାଗିଦ୍
ମାଲକାନଗିରି (୨୩/୦୮)ପ୍ରତୀକ ସମାଚାର -ମାଲକାନଗିରି ଜିଲ୍ଲା କାଲିମେଳା ବ୍ଲକ ଗମ୍ଫାକୋଣ୍ଡା ପଞ୍ଚାୟତ ଅନ୍ତର୍ଗତ ଏମପିଭି-୨୬ ସରକାରୀ ପ୍ରାଥମିକ ବିଦ୍ୟାଳୟରେ ଜଣେ ଶିକ୍ଷକ ପ୍ରାୟ ପ୍ରତିଦିନ ମଦ ପିଇ ବିଦ୍ୟାଳୟକୁ ଆସୁଥିବା ନେଇ ସଙ୍ଗୀନ ଅଭିଯୋଗ ହୋଇଛି । ଅଭିଯୁକ୍ତ ଶିକ୍ଷକ ହେଉଛନ୍ତି ସଞ୍ଜୟ ମଲ୍ଲିକ । ଅଭିଯୋଗ ଅନୁସାରେ, ଶିକ୍ଷକ ଜଣକ କେବଳ ମଦ୍ୟପାନ କରି ବିଦ୍ୟାଳୟକୁ ଆସୁନାହାଁନ୍ତି, ବରଂ ଛୋଟ ଛୋଟ ପିଲାମାନଙ୍କୁ ନିଶା ଜାତୀୟ ଦ୍ରବ୍ୟ ଆଣିବା ପାଇଁ ଦୋକାନକୁ ପଠାଉଛନ୍ତି । ଏହି ଘଟଣାକୁ ନେଇ ଶନିବାର ଦିନ ବିଦ୍ୟାଳୟ ପରିଚାଳନା କମିଟି ଓ ଅଭିଭାବକମାନେ ଏକାଠି ହୋଇ ଶିକ୍ଷକଙ୍କୁ ଘେରି କଡା ତାଗିଦ୍ କରିଥିବା ଜଣାପଡ଼ିଛି । ସେମାନଙ୍କର ଅଭିଯୋଗ ହେଲା,ଶିକ୍ଷକ ପ୍ରାୟ ପ୍ରତିଦିନ ମଦ୍ୟପାନ କରି ସ୍କୁଲକୁ ଆସୁଛନ୍ତି । ପିଲାମାନଙ୍କୁ ନିଶା ଦ୍ରବ୍ୟ ଆଣିବାକୁ ଦୋକାନକୁ ପଠାଉଛନ୍ତି । ଠିକ୍ ସମୟରେ ବିଦ୍ୟାଳୟକୁ ଆସୁ ନାହାଁନ୍ତି ଏବଂ ପିଲାଙ୍କୁ ଠିକ୍ ଭାବରେ ପାଠ ପଢାଉ ନାହାଁନ୍ତି । ଏହି ବିଦ୍ୟାଳୟରେ ମୋଟ ୨୫ ଜଣ ଛାତ୍ରଛାତ୍ରୀ ପଢୁଥିବା ବେଳେ ମାତ୍ର ୨ ଜଣ ଶିକ୍ଷକ ଅଛନ୍ତି । ଜଣେ ଶିକ୍ଷକଙ୍କ ଏପରି ଦାୟିତ୍ୱହୀନତା ଯୋଗୁଁ ପିଲାଙ୍କ ଭବିଷ୍ୟତ ଅନ୍ଧାର ହେଉଛି ବୋଲି ଅଭିଭାବକମାନେ କ୍ଷୋଭ ପ୍ରକାଶ କରିଛନ୍ତି । ଏ ସମ୍ପର୍କରେ କାଲିମେଳା ବ୍ଲକ ଶିକ୍ଷା ଅଧିକାରୀଙ୍କ ସହ ଯୋଗାଯୋଗ କରିବାରୁ ସେ ଏହାର ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି ।
What's Your Reaction?
Like
1
Dislike
0
Love
0
Funny
2
Angry
1
Sad
1
Wow
0