ଗୁଣିଗାରେଡି ସନ୍ଦେହରେ ମହିଳାଙ୍କୁ ପିଟିପିଟି ହତ୍ୟା ଘଟଣା ରେ ୩ ଗିରଫ

ମାଲକାନଗିରି(୨୬/୦୫)ପ୍ରତୀକ ସମାଚାର - ମାଲକାନଗିରି ଜିଲ୍ଲା ଓରକେଲ ଥାନା ଅଧିନସ୍ଥ ଶାରଦାଗୁଡା ଗ୍ରାମରେ ଗୁଣିଗାରେଡି ସନ୍ଦେହରେ ମହିଳାଙ୍କୁ ପିଟିପିଟି ହତ୍ୟା ଘଟଣାରେ ଆଜି ୩ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ଓରକେଲ ପୋଲିସ। ମିଳିଥିବା ସୂଚନାନୁଯାୟୀ ଶାରଦାଗୁଡା ଗ୍ରାମରେ ଗତ ୧ ବର୍ଷ ମଧ୍ୟରେ ଗ୍ରାମର ୮ ରୁ ୧୦ ବ୍ୟକ୍ତି ଙ୍କ ଅଚାନକ ମୃତ୍ୟ ହୋଇ ଆସୁଥିଲା। ତେବେ ଗ୍ରାମରେ ଏପରି ମୃତ୍ୟ ସଂଖ୍ୟା ଦିନକୁ ଦିନ ବଢୁଥିବା ଦେଖି ଗ୍ରାମରେ ଏକ ବୈଠକ ଡକାଇ କୋଟପାଡ଼ ଅଞ୍ଚଳ ରୁ ଜଣେ ଗୁଣିଆ ଙ୍କୁ ଡାକିଥିଲେ ଗ୍ରାମବାସୀ। ଉକ୍ତ ଗୁଣିଆ ଜଣଙ୍କ ଗ୍ରାମକୁ ଆସି ଚୁଡା ମନ୍ତ୍ରାଇ ସମସ୍ତ ଙ୍କୁ ଖାଇବାକୁ ଦେଇଥିଲେ। ଏହାପରେ ଗ୍ରାମର ପଦ୍ମା ନାୟକ(୫୧) ଉକ୍ତ ମନ୍ତ୍ରା ହୋଇଥିବା ଚୁଡା କୁ ଖାଇ ଅସୁସ୍ଥ ହୋଇ ପଡ଼ିଥିଲେ। ଯାହାଦ୍ଵାରା ଉକ୍ତ ଗୁଣିଆ ଜଣଙ୍କ ପଦ୍ମା ଏହି ସବୁ ଲୋକଙ୍କ ମୃତ୍ୟ ର କାରଣ କହିବା ସହ ଗତ ୨୦ ଦିନ ମଧ୍ୟରେ ଗ୍ରାମର ୨ ବ୍ୟକ୍ତି ଙ୍କ ମୃତ୍ୟ ପାଇଁ ପଦ୍ମା ହିଁ ଦାୟୀ ବୋଲି କହିଥିଲା। ଏହାପରେ ମୃତ୍ୟବରଣ କରିଥିବା ୨ ବ୍ୟକ୍ତିଙ୍କ ପୁଅମାନେ ରାଗରେ ଉତକ୍ଷିପ୍ତ ହୋଇ ଗାଁ ଦାଣ୍ଡରେ ପଦ୍ମା ଙ୍କୁ ଲାତ ଗୋଇଠା ମାରିଥିଲେ। ଏହାଦେଖି ପଦ୍ମା ଙ୍କ ପୁଅ ଗଣେଶ ଆସି ତାଙ୍କ କବଳରୁ ଆହତ ଅବସ୍ଥାରେ ନିଜ ମାଙ୍କୁ ରକ୍ଷା କରିଥିଲେ। ପଦ୍ମା ଙ୍କୁ ମାଡ଼ ପରେ ସେ ମୃତ୍ୟବରଣ କରିଥିଲେ। ଏନେଇ ପଦ୍ମା ଙ୍କ ପୁଅ ଗଣେଶ ଓରକେଲ ଥାନାର ଦ୍ୱାରସ୍ଥ ହୋଇ ଲିଖିତ ଅଭିଯୋଗ ପତ୍ର ପ୍ରଦାନ କରିଥିଲେ। ଉକ୍ତ ମାମଲାକୁ ଆଧାର କରି ରବିବାର ଘଟଣା ସ୍ଥଳରେ କୋରାପୁଟ ରୁ ସାଇଣ୍ଟିଫିକ ଟିମ ଆସି ତଦନ୍ତ କରିବା ପରେ ୩ ଜଣଙ୍କୁ ଗିରଫ କରିବାରେ ସକ୍ଷମ ହୋଇଛି। ଗିରଫ ୩ ବ୍ୟକ୍ତି ହେଲେ ଶାରଦାଗୁଡା ଗ୍ରାମର ମହେଶ୍ବର ପାଙ୍ଗି, ହରି ପାଙ୍ଗି ଏବଂ ହରିଷ ଚନ୍ଦ୍ର ଖିଲ। ଆଜି କେସ ନଂ ୧୫୭/୨୬ ରେ ମାମଲା ରୁଜୁ କରି ଏହି ୩ ଅଭିଯୁକ୍ତ ଙ୍କୁ କୋର୍ଟ ଚାଲାଣ କରାଯାଇଥିବା ଥାନାଧିକାରୀ ଧୀରେନ ପଟ୍ଟନାୟକ ସୂଚନା ଦେଇଛନ୍ତି।

May 26, 2026 - 13:28
 0  150
ଗୁଣିଗାରେଡି ସନ୍ଦେହରେ ମହିଳାଙ୍କୁ ପିଟିପିଟି ହତ୍ୟା ଘଟଣା ରେ  ୩  ଗିରଫ

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0