ପି ଏମ ଜନ ମନ ଯୋଜନା ଗୃହ ସମ୍ପର୍କ ରେ ଆଲୋଚନା କରୁଥିବା ସମୟରେ ପଞ୍ଚାୟତ ନିର୍ବାହୀ ଅଧିକାରୀ ଙ୍କୁ ଆକ୍ରମଣ |

ମାଲକାନଗିରି(୨୯/୦୫)ପ୍ରତୀକ ସମାଚାର - ମାଲକାନଗିରି ଜିଲ୍ଲାର ଖଇରପୁଟ ବ୍ଲକ ଅନ୍ତର୍ଗତ ବଣ୍ଡାଘାଟିରେ ପଞ୍ଚାୟତ ନିର୍ବାହୀ ଅଧିକାରୀ ବିଜୟ ପଣ୍ଡାଙ୍କ ଉପରେ ହୋଇଛି ଆକ୍ରମଣ | ଗତକାଲି ପିଇଓ ଶ୍ରୀ ପଣ୍ଡା ପିଏମ୍ ଜନ ମନ ଯୋଜନାର ଗୃହ ନିର୍ମାଣର ତଦାରଖ କରିବାକୁ ଯାଇଥିଲ | ତେବେ ବଣ୍ଡାଘାଟିର ଦାନ୍ତିପଡ଼ା ଗ୍ରାମରେ କୌଣସି କଥାକୁ ନେଇ ବଚସା ହୋଇଥିଲା ଦନ୍ତିପଡ଼ା ଗ୍ରାମର ବୁଦ୍ରା ମନ୍ଦ୍ରା ନାମକ ବ୍ୟକ୍ତି ଶ୍ରୀ ପଣ୍ଡାଙ୍କ ଉପରେ ଆକ୍ରମଣ କରିଥିଲ | ତୁରନ୍ତ ସେ ସେଠାରୁ ଖସି ଆସି ମୁଡୁଲିପଡ଼ା ଥାନାରେ ଲିଖିତ ଅଭିଯୋଗ କରିଥିଲେ | ପୁଲିସ ତାଙ୍କୁ ମେଡିକାଲ ନେଇ ଚିକିତ୍ସା କରାଇଥିଲେ | ଶ୍ରୀ ପଣ୍ଡାଙ୍କ ବେକ ଓ ଗୋଡ଼ରେ ଆଘାତ ଲାଗିଥିବା ଜଣାପଡ଼ିଛି। ଏନେଇ ଶ୍ରୀ ପଣ୍ଡା କହିଛନ୍ତି ଯେ ସେ ପିଏମ୍ ଜନ ମନ ଗୃହକୁ ନେଇ ଆଲୋଚନା କରୁଥିବା ବେଳେ ମଦ ପିଇ କିଛି ବ୍ୟକ୍ତି ତାଙ୍କ ଉପରେ ଆକ୍ରମଣ କରିଥିଲେ | ସେ ସେଠାରୁ ଦୌଡ଼ି ପଳାଇବାକୁ ଚେଷ୍ଟା କରୁଥିବା ବେଳେ ତାଙ୍କ ଉପରକୁ ଟେକା ମାଡ଼ କରାଯାଇଥିଲା ବୋଲି ଏହି ଘଟଣାର ତଦନ୍ତ କରୁଥିବା ମୁଡୁଲିପଡ଼ା ଥାନା ଅଧିକାରୀ କହିଛନ୍ତି।

May 29, 2026 - 15:08
 0  135
ପି ଏମ ଜନ ମନ ଯୋଜନା ଗୃହ  ସମ୍ପର୍କ ରେ ଆଲୋଚନା କରୁଥିବା ସମୟରେ ପଞ୍ଚାୟତ ନିର୍ବାହୀ ଅଧିକାରୀ ଙ୍କୁ ଆକ୍ରମଣ |

What's Your Reaction?

Like Like 1
Dislike Dislike 0
Love Love 0
Funny Funny 0
Angry Angry 1
Sad Sad 1
Wow Wow 0