ଶିକ୍ଷକ ଶିକ୍ଷୟତ୍ରୀ ଅଭାବ ନେଇ ବିଦ୍ୟାଳୟ ସମ୍ମୁଖ ରେ ଛାତ୍ର ଛାତ୍ରୀ ଙ୍କ ଧାରଣା

ମାଲକାନଗିରି (୧୩/୦୪)ପ୍ରତୀକ ସମାଚାର - ଆଜି ଏମ ଭି ୭୨ ଗ୍ରାମ ବିବେକାନନ୍ଦ ବିଦ୍ୟା ପିଠ ଉଚ୍ଚ ବିଦ୍ୟାଳୟ ର ମୁଖ୍ୟ ଦ୍ୱାର ସମ୍ମୁଖ ରେ ବିଦ୍ୟାଳୟ ର ଶତାଧିକ ଛାତ୍ର ଛାତ୍ରୀ ଦୀର୍ଘ ଦିନ ଧରି ବିଦ୍ୟାଳୟ ରେ ଲାଗି ରହିଥିବା ଶିକ୍ଷକ, ଶିକ୍ଷୟତ୍ରୀ ଅଭାବ କୁ କେନ୍ଦ୍ର କରି ଧାରଣାରେ ବସିଥିଲେ |ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ଅନୁପ କୁମାର ଆଚାରୀ ଙ୍କ ସମେତ ଜଣେ ଗେଷ୍ଟ ଶିକ୍ଷକ ଉମେସ ଚନ୍ଦ୍ର ଓଝା ଓ ଜଣେ ଶିକ୍ଷୟତ୍ରୀ ଶକୁନ୍ତଳା ଓଝା ମିଶିକି ମାତ୍ର ତିନି ଜଣ ରହିଥିବା ବେଳେ ମାତ୍ର ଦୁଇ ସପ୍ତାହ ପରେ ଚଳିତ ମାସ ତା ୩୧/୦୪/୨୦୨୬ରିଖ ରେ ପ୍ରଧାନ ଶିକ୍ଷକ ଅନୁପ କୁମାର ଆଚାରୀ ଅବସର ନେବେ ଯାହାକୁ ବିଦ୍ୟାଳୟ ରେ ରହିଥିବା ଛାତ୍ର ଛାତ୍ରୀ ବାଦଦେଇ ବର୍ତମାନ ର ନାମ ଲେଖାଇ ପାଖା ପାଖି ୧୩୦ ରୁ ଉର୍ଦ୍ଧ ଛାତ୍ର ଛାତ୍ରୀ ରହିଛନ୍ତି।ଆଗକୁ ରହିଛି ଦଶମ ଶ୍ରେଣୀର ପରୀକ୍ଷା ଯୋଉଁଥି ପାଇଁ ବିଦ୍ୟାଳୟ ର ଛାତ୍ର ଛାତ୍ରୀ ଶିକ୍ଷକ, ଶିକ୍ଷୟତ୍ରୀ ଙ୍କ ଅଭାବ ନେଇ ଆଜି ବିଦ୍ୟାଳୟ ରେ ଆବଶ୍ୟକ ପରିମାଣ ର ଶିକ୍ଷକ ଶିକ୍ଷୟତ୍ରୀ ଙ୍କ ଅଭାବ ପୂରଣ ନେଇ ଦାବି ଜଣେଇ ଆଜି ବିଦ୍ୟାଳୟ ସମ୍ମୁଖ ମୁଖ୍ୟ ରାସ୍ତା ୩୨୬ ନମ୍ବର ଜାତୀୟ ରାଜପଥ ପାର୍ଶ୍ୱରେ ଧାରଣା ରେ ବସିଥିଲେ। ଉକ୍ତ ସମସ୍ୟା କୁ କେନ୍ଦ୍ର କରି ମାଲକାନଗିରି ଜିଲ୍ଲା ବିଜେଡି ଦଳ ପକ୍ଷ ରୁ ଏକ ସାମ୍ବାଦିକ ସମ୍ମିଳନି ମଧ୍ୟ ଆୟୋଜନ କରାଯାଇଛି। ଉକ୍ତ ସାମ୍ବାଦିକ ସମ୍ମିଳନି ରେ ବିଜେଡି ର ମାଲକାନଗିରି ଜିଲ୍ଲାର ପୂର୍ବତନ ବିଧାୟକ ମାନସ ମାଡକାମୀ, କାଲିମେଳା ବ୍ଲକ ବିଜେଡି ସଭାପତି ଶଙ୍କର ହାଲଦାର, ଜିଲ୍ଲା ପରିଷଦ ସଭ୍ୟା ମମତା ପଡିଆମୀ, ସମିତି ସଭ୍ୟ ବିଦ୍ୟା ମାଡକାମୀ, ନାଲଗୁଣ୍ଟି ଗ୍ରାମ ପଞ୍ଚାୟତ ସରପଞ୍ଚ ସୁକାନ୍ତି ମାଡକାମୀ, ନାୟବ ସରପଞ୍ଚ ଉତ୍ତମ ସରକାର,ମାନ୍ୟମକୋଣ୍ଡା ଗ୍ରାମ ପଞ୍ଚାୟତ ପୂର୍ବତନ ସରପଞ୍ଚ ହରି ଗୋଲରୀ, ପୂର୍ବତନ ବିଧାୟକ ବି ଜେ ଡି ପ୍ରତିନିଧି ବିପ୍ଳବ ବିଶ୍ୱାସ,ବିଦ୍ୟାଳୟ ପରିଚାଳନା କମିଟି ସଭାପତି ଗୋପାଳ ବିଶ୍ୱାସ, ଏବଂ ଗ୍ରାମ ର ମାନ୍ୟ ଗଣ୍ୟ ବ୍ୟକ୍ତି ବିଶେଷ ଧିରେନ ସରକାର, ଫୁଲ ଚାନ୍ଦ ରାୟ, ଦୀନେଶ ରାୟ ପ୍ରମୁଖ ମଂଚାସୀନ ରହି ଆଜି ସାମ୍ବାଦିକ ସମ୍ମିଳନି କରିଥିଲେ। ଯଦି ଆଗାମୀ ଭବିଷ୍ୟତ ରେ ଉକ୍ତ ବିବେକାନନ୍ଦ ବିଦ୍ୟା ପିଠ ରେ ଆବଶ୍ୟକ ଶିକ୍ଷକ ଶିକ୍ଷୟତ୍ରୀ ନିଯୁକ୍ତି ନ କରା ଯାଏ ତାହାଲେ ରାଜ ରାସ୍ତା କୁ ଓଲ୍ଲାଲେଇବେ ବୋଲି ଗଣମାଧ୍ୟମ ଆଗରେ ସୂଚନା ଦେଇଛନ୍ତି।

Apr 14, 2026 - 08:56
 0  44
ଶିକ୍ଷକ ଶିକ୍ଷୟତ୍ରୀ ଅଭାବ ନେଇ ବିଦ୍ୟାଳୟ ସମ୍ମୁଖ ରେ ଛାତ୍ର ଛାତ୍ରୀ ଙ୍କ ଧାରଣା

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0