କାଲିମେଳା ପୋଲିସ ଦ୍ୱାରା କୁର୍ମାନୁର ପଞ୍ଚାୟତ ରେ ଗଂଜେଇ ଚାଷ ନିବାରଣ ଉପରେ ଆଲୋଚନା କାର୍ଯ୍ୟକ୍ରମ

ମାଲକାନଗିରି (୨୪/୦୮)ପ୍ରତୀକ ସମାଚାର -ଆଜି କୁର୍ମାନୁର ପଞ୍ଚାୟତରେ ଏସଡିପିଓ ଦିବ୍ୟ ରଞ୍ଜନ ଦଳେଇ,କାଲିମେଳା ଥାନା ଭାରପ୍ରାପ୍ତ ଅଧିକାରୀ ପ୍ରଭୁଦତ୍ତ ବିଶ୍ୱାଳ , କାଲିମେଳା ବନାଞ୍ଚଳ ଅଧିକାରୀ ବିଜୟ କୁମାର ନାୟକ , ବନପାଳ ଚିତ୍ରକୁଣ୍ଡା , ସହାୟକ କୃଷି ଅଧିକାରୀ ଚିତ୍ରକୁଣ୍ଡା , କୁର୍ମାନୁର ପଞ୍ଚାୟତର ସରପଞ୍ଚ ସନିଆ ଗଲରୀ ଏବଂ ପିଆରଆଇ ସଦସ୍ୟ ଏବଂ ଶତାଧିକ ଜନସାଧାରଣଙ୍କ ଉପସ୍ଥିତିରେ ସଚେତନତା କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା। ସମସ୍ତ ଅଧିକାରୀ ଗଞ୍ଜେଇ ଚାଷ ନିବାରଣ ଉପରେ ଆଲୋଚନା କରିଥିଲେ। ସମସ୍ତେ ଜନସାଧାରଣଙ୍କୁ ଗଞ୍ଜେଇ ଚାଷ ନକରିବା ପାଇଁ ପ୍ରେରଣା ଦେଇଥିଲେ। ପାହାଡିଆ ଅଞ୍ଚଳରେ ଚାଷର ବିକଳ୍ପ ଉପାୟ ଏବଂ ଧାନ , ରାଶି,ମକା, ମାଣ୍ଡିଆ ଯୋଗାଣ ବିଷୟରେ ଆଲୋଚନା କରିଥିଲେ। ଜନସାଧାରଣଙ୍କୁ ମିଶ୍ରିତ ଚାଷର ଲାଭ କିପରି ମିଳିବ ତାହା ମଧ୍ୟ ବର୍ଣ୍ଣନା କରିଥିଲେ ଏବଂ ସମସ୍ତେ ନିଶାମୁକ୍ତ ସମାଜ ପାଇଁ ପ୍ରତିଜ୍ଞା ନେଇଥିଲେ। କାର୍ଯ୍ୟକ୍ରମ ପରେ ସମସ୍ତଙ୍କୁ ମଧ୍ୟାହ୍ନ ଭୋଜନ ବଣ୍ଟନ କରାଯାଇଥିଲା।

Aug 24, 2026 - 21:07
Aug 24, 2026 - 21:18
 0  87
କାଲିମେଳା ପୋଲିସ ଦ୍ୱାରା କୁର୍ମାନୁର ପଞ୍ଚାୟତ ରେ ଗଂଜେଇ ଚାଷ ନିବାରଣ ଉପରେ ଆଲୋଚନା କାର୍ଯ୍ୟକ୍ରମ

What's Your Reaction?

Like Like 3
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0