ଖଇରପୁଟ ବ୍ଲକରେ ଆରମ୍ଭ ହେଲା ସମ୍ପୁର୍ଣ୍ଣତା ଅଭିଯାନ
ମାଲକାନଗିରି (୨୩/୦୨)ପ୍ରତୀକ ସମାଚାର -ମାଲକାନଗିରି ଜିଲ୍ଲା ଖଇରପୁଟ ବ୍ଲକ କାର୍ଯ୍ୟାଳୟ ପରିସରରେ ଆରମ୍ଭ ହୋଇଯାଇଛି କେନ୍ଦ୍ର ସରକାରଙ୍କ ବହୁ ପ୍ରତିକ୍ଷୀତ, "ସମ୍ପୁର୍ଣ୍ଣତା ଅଭିଯାନ ୨.୦ " ଯୋଜନା । ଆଜିର କାର୍ଯ୍ୟକ୍ରମକୁ ଖଇରପୁଟ ବ୍ଲକ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଅର୍ପିତା ମହାନ୍ତି ସଭାପତିତ୍ବ କରିଥିଲେ । ଏଥିରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା ପ୍ରକଳ୍ପ ପ୍ରଶାସକ ଦାସରଥୀ ସରାବୁ ଯୋଗ ଦେଇଥିବାବେଳେ ଅନ୍ୟ ଅତିଥି ମାନଙ୍କ ମଧ୍ୟରେ ଖଇରପୁଟ ବ୍ଲକ ଅଧ୍ୟକ୍ଷ ବିଘ୍ନରାଜ କିର୍ଷାନୀ , ଖଇରପୁଟ ଜୋନ୍ ଜିଲ୍ଲା ପରିଷଦ ସଭ୍ୟ ବଳି ମାଝୀ,ସା°ସଦ ପ୍ରତିନିଧି ସାନୁ ରଥ, ବିଧାୟକ ପ୍ରତିନିଧି ନିରଞ୍ଜନ ରାଜୁ, ନିତି ଆୟୋଗ ସଦସ୍ୟ ରାଜାରାମ ମଲ୍ଲିକ, ଶିଶୁ ବିକାଶ ଅଧିକାରୀଙ୍କ ସମେତ ବ୍ଲକର ସମସ୍ତ ସରପଞ୍ଚ ପ୍ରମୁଖ ଉପସ୍ଥିତ ଥିଲେ । ସର୍ବପ୍ରଥମେ ଜଗତର ନାଥ ଜଗନ୍ନାଥଙ୍କ ତୈଳଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ ସହ ଦ୍ୱିପ ପ୍ରଜ୍ବଳନ କରାଯାଇଥିଲା । ଏହାପରେ ବନ୍ଦେ ମାତରଂ ଜାତୀୟ ଗୀତର ୧୫୦ ବର୍ଷ ପୂର୍ତ୍ତି ଅବସରରେ ଏହି ଗିତକୁ ଅତି ସମ୍ମାନର ସହ ସମ୍ପୁର୍ଣ୍ଣ ଭାବେ ଗାନ କରାଯାଇଥିଲା । କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଶ୍ରୀ ସରାବୁ କହିଥିଲେ ଯେ ଏହା କେନ୍ଦ୍ର ସରକାରଙ୍କ ଏକ ବହୁ ଉପଯୋଗୀ ଓ ପ୍ରତିକ୍ଷୀତ ଯୋଜନା, ତାହା ହେଉଛି "ସମ୍ପୁର୍ଣ୍ଣତା ଅଭିଯାନ ୨.୦ " ଏହି ଯୋଜନା ମାଧ୍ୟମରେ କେନ୍ଦ୍ର ସରକାର ପୁରା ଭାରତରେ ୫୦୦ ଗୋଟି ଆକାଂକ୍ଷୀ ବ୍ଲକରେ କାର୍ଯ୍ୟ ଓ ଯୋଜନା ଗୁଡ଼ିକର ଶତ୍ ପ୍ରତିଶତ ତ୍ୱରାନ୍ୱିତ ନିମନ୍ତେ ପ୍ରାଥମିକତା ଭିତ୍ତିରେ ହାତକୁ ନିଆଯାଇଛି, ଯେଉଁଥିରେ ବ୍ଲକର ବିଭିନ୍ନ ବିଭାଗ ଯଥା ଶିକ୍ଷା, ସ୍ୱାସ୍ଥ୍ୟ, ଗମନାଗମନ, ସୁଦ୍ଧ ପାନିୟ ଜଳର ବ୍ୟବସ୍ଥା , ପଶୁ ସମ୍ପଦ ବିକାଶ, ପଞ୍ଚାୟତିରାଜ ବ୍ୟବସ୍ଥା, କୃଷି କ୍ଷେତ୍ର ସହ ଅନ୍ୟ ବିଭାଗୀୟ କାର୍ଯ ଓ ଯୋଜନା ଗୁଡ଼ିକର ସମ୍ପୁର୍ଣ୍ଣ ଶତ୍ ପ୍ରତିଶତ ରୁପାୟନ ହେଉଛି ଏହାର ମୂଳ ଉଦ୍ଧେଶ୍ୟ । ଏହି ସମ୍ପୁର୍ଣ୍ଣତା ୨.୦ ମାଧ୍ୟମରେ ଚଳିତ ବର୍ଷ ଅକା°କ୍ଷୀ ବ୍ଲକ ଗୁଡିକ ପାଇଁ ୬ ସୁତ୍ରି କାର୍ଯ୍ୟକ୍ରମ ହାତକୁ ନିଆଯାଇଛି, ଯଥା:- ଛଅ ମାସ ଠାରୁ ଛଅ ବର୍ଷର ଶିଶୁ ସନ୍ତାନ ମାନଙ୍କୁ ଆଇ ସି ଡି ଏସ ମାଧ୍ୟମରେ ଦିଆଯାଉଥିବା ଅତିରିକ୍ତ ପୋଷଣ ଆହାରର ପ୍ରତିଶତ, ଅଙ୍ଗନବାଡ଼ି କେନ୍ଦ୍ର ଗୁଡିକରେ ବ୍ୟବହାର ଯୋଗ୍ୟ ଶୈ।ଚାଳୟ ର ପ୍ରତିଶତ, ଅଙ୍ଗନବାଡ଼ି କେନ୍ଦ୍ର ଗୁଡିକରେ ବ୍ୟବହାର ଯୋଗ୍ୟ ସ୍ୱଚ୍ଛ ପିଇବା ପାଣିର ପ୍ରତିଶତ, ବିଦ୍ୟାଳୟ ପରିସରରେ ବାଳିକା ମାନଙ୍କ ପାଇଁ ଉଦ୍ଦିଷ୍ଟ ଶୈ।ଚାଳୟ ସ°ଖ୍ୟା ପ୍ରତିଶତ ରେ ଓ ଗୃହପାଳିତ ପଶୁମାନଙ୍କ ଠାରେ ହେଉଥିବା ଫାଟୁଆ ରୋଗ ନିରାକରଣ ଓ ଏହାର ଟିକାକରଣ ର ପ୍ରତିଶତ କେତେ ଦର୍ଶାଇବା ପାଇଁ ତିନି ବିଭାଗ ଯଥା ମାତୃତ୍ଵ ଓ ଶିଶୁ ବିକାଶ, ଶିକ୍ଷା ବିଭାଗ ଓ ପଶୁସମ୍ପଦ ବିଭାଗକୁ ଦାୟିତ୍ୱ ଦିଆଯାଇଥିବା କହିଥିଲେ । ପରିଶେଷରେ ସମସ୍ତ ଅତିଥି ମାନେ ଏହି ଅଭିଯାନ ଉଦ୍ଧେଶ୍ୟ କୁ ପ୍ରଦର୍ଶନୀ ମାଧ୍ୟମରେ ସାର୍ଥକ କରୁଥିବା ବିଭିନ୍ନ ଷ୍ଟଲ ଗୁଡିକୁ ବୁଲିଥିଲେ ଓ କାର୍ଯ୍ୟଦକ୍ଷତା ପ୍ରତିପାଦିତ କରିଥିବା ବ୍ୟକ୍ତିବିଶେଷଙ୍କୁ ପୁରସ୍କୃତ କରାଯାଇଥିଲା , ଯାହାର ଶବ୍ଦ ଓ ମଞ୍ଚ ସଞ୍ଚାଳନା ଓଏଲଏମ୍ କର୍ମଚାରୀ ଚିନ୍ମୟ କୁମାର ସିଂ ଓ ଲିଙ୍ଗରାଜ ପାଣିଗ୍ରାହୀ ଦ୍ୱୟ କରିଥିଲେ । କାର୍ଯ୍ୟକ୍ରମ ଶେଷରେ ବିଡ଼ିଓ ଶ୍ରୀମତୀ ମହାନ୍ତି ସମସ୍ତ ଅତିଥି ମାନଙ୍କୁ ଧନ୍ୟବାଦ୍ ଦେବାସହ ଏହି ସମ୍ପୁର୍ଣ୍ଣତା ଅଭିଯାନ କୁ ସଫଳ ଓ ସାକାର କରିବା ଲକ୍ଷ୍ୟରେ ସମସ୍ତଙ୍କ ସହଯୋଗ କାମନା କରିଥିଲେ ।
What's Your Reaction?
Like
1
Dislike
0
Love
0
Funny
0
Angry
0
Sad
0
Wow
0