ଅକୁର ନାଳ ରେ ପୋଲ କାର୍ଯ୍ୟ ଯଥାଶୀଘ୍ର ସମ୍ପୂର୍ଣ କରିବାକୁ କତାପାଲି ଅଂଚଳ ବାସୀ ଦାବି କରିଛନ୍ତି

ମାଲକାନଗିରି(୧୧/୩)ପ୍ରତୀକ ସମାଚାର -ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଅନ୍ତର୍ଗତ କତାପାଲ୍ଲୀ ପଞ୍ଚାୟତର ବଡ଼ାଗୁଡ଼ା ଗ୍ରାମ ଛତିଶଗଡ଼ ରାଜ୍ୟର ସୁକମା ଜିଲ୍ଳାର ଓଲେର ଗ୍ରାମ ସୀମାକୁ ଛୁଇଁଛି।ଆକୁର ନାଳ ଦୁଇ ରାଜ୍ୟର ସୀମାନ୍ତରେ ରହିଛି।ନାଳ ଅପର ପାର୍ଶ୍ୱରେ ଛତିଶଗଡ଼ ସୁକମା ଜିଲ୍ଳାର ଓଲେର, କିକିରପାଲ୍ଲୀ, ନେତାନାଡ, ତାଲନାଡ ଆଦି ୧୪ଟି ଗ୍ରାମ ଅବସ୍ଥିତ। ଅପର ପାର୍ଶ୍ୱର ଗ୍ରାମବାସୀ କତାପାଲ୍ଲୀ ଆସିବାକୁ ହେଲେ ଆକୁର ନାଳ ପାରିହୋଇ ଆସିବାକୁ ପଡ଼େ।ତେବେ ବର୍ଷା ଦିନ ଆସିଲେ ଯାତାୟାତ ସମ୍ପୂର୍ଣ୍ଣ ଠପ୍ ହୋଇଯାଏ।ଓଲେରରୁ କତାପାଲ୍ଲୀ ଆସିବାକୁ ହେଲେ ଦୀର୍ଘ ୨୫ କି.ମିରୁ ଉର୍ଦ୍ଧ୍ଵ ରାସ୍ତା ବୁଲିକି ଆସନ୍ତି ଅଞ୍ଚଳବାସୀ।ବର୍ତ୍ତମାନ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ କତାପାଲ୍ଲୀ ଠାରୁ ବଡ଼ାଗୁଡ଼ା ଗ୍ରାମ ପର୍ଯ୍ୟନ୍ତ ପାୟ ୬ କିମି ରାସ୍ତା ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କ ଯୋଜନାରେ ନିର୍ମାଣ ଚାଲିଛି।ପ୍ରାୟ ୬୦ ପ୍ରତିଶତ ନିର୍ମାଣ କାର୍ଯ୍ୟ ଶେଷ ହୋଇଛି।ଆକୁର ନାଳରେ ପୋଲ ନିର୍ମାଣ ନିମନ୍ତେ ପାଣ୍ଡୁରାଙ୍ଗା କଂସ୍ତ୍ରକ୍ସନ୍ କମ୍ପାନୀ ଟେଣ୍ଡର ହାସଲ କରିଛି।କତାପାଲ୍ଲୀ ଠାରୁ ବଡ଼ଗୁଡ଼ା ପର୍ଯ୍ୟନ୍ତ ରାସ୍ତା ନିର୍ମାଣ ମଧ୍ୟ ସମ୍ପୃକ୍ତ ଠିକା ସଂସ୍ଥା କରୁଛି। ତେବେ ରାସ୍ତା ସହ ଆକୁର ନାଳରେ ଖୁବ୍ ଶୀଘ୍ର ପୋଲ ନିର୍ମାଣ କରିବାକୁ କତାପାଲ୍ଲୀ ପଞ୍ଚାୟତ ବାସୀ ଦାବି ଜଣାଇଛନ୍ତି।ପୋଲ ନିର୍ମାଣ ସମ୍ପର୍କରେ ମାଲକାନଗିରି ଜିଲ୍ଲାପାଳ ସୋମେଶ ଉପାଧ୍ୟାୟ କହିଛନ୍ତିଯେ ଖୁବ୍ ଶୀଘ୍ର ଏହାର ସମାଧାନ କରାଯିବ।ଏନେଇ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ବିଭାଗ ଅଧୀକ୍ଷଣ ଯନ୍ତ୍ରୀ ସୁଜାତା ଦିଶାରୀଙ୍କୁ ପଚାରିବାରୁ ଦୁଇ ବର୍ଷ ପୂର୍ବେ ରାସ୍ତା ସହ ପୋଲ ନିର୍ମାଣ କାର୍ଯ୍ୟ ସମ୍ପୃକ୍ତ ଠିକା ସଂସ୍ଥାକୁ ଦିଆଯାଇଥିଲା।ବର୍ତ୍ତମାନ ପୋଲର ଡିଜାଇନ୍ ପରିବର୍ତ୍ତନ ପାଇଁ ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷଙ୍କୁ ଅବଗତ କରାଯାଇଛି।ଖୁବ୍ ଶୀଘ୍ର ପୋଲ ନିର୍ମାଣ କାର୍ଯ୍ୟ ଆରମ୍ଭ ହେବ ବୋଲି କହିଥିଲେ।ପୋଲ ନିର୍ମାଣ ନେ଼ଇ କତାପାଲ୍ଲୀ ପଞ୍ଚାୟତବାସୀ ଜିଲ୍ଲାପାଳ ଓ ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷଙ୍କୁ ଗତକାଲି ଦାବିପତ୍ର ପ୍ରଦାନ କରିଛନ୍ତି।ପୋଲ ନିର୍ମାଣ ନେଇ କତାପାଲ୍ଲୀ ସରପଞ୍ଚ ଗଗନ କୁମାର ଦୁରୁଆ, ବଡାଗୁଡ଼ା ଗାଁ ସାଥୀ ସୁକୁଲଦାର ଦୂରୁଆ, ସୁକମା ଜିଲ୍ଲା ଓଲେର୍ ପଞ୍ଚାୟତର ନାଏବ ସରପଞ୍ଚ ରଘୁନାଥ ପୂଜାରୀ, ପୁରନ୍ ସିଂ ନାଗ, ଶ୍ୟାମନାଥ ଦୁରୁଆ, ରାଜୁ ଦୁରୂଆ, ସାଧୁରାମ ଦୁରୁଆ, ଲକ୍ଷ୍ମୀନାଥ ଦୁରୁଆ, ସୁକୁଲୁ ଦୁରୁଆ,ଆମାସୁ ଦୁରୁଆ, ରାମ ଡୁରୁଆ ପ୍ରମୁଖ ଦାବି ଜଣାଇଛନ୍ତି।

Mar 11, 2026 - 21:14
 0  67
ଅକୁର ନାଳ ରେ ପୋଲ କାର୍ଯ୍ୟ ଯଥାଶୀଘ୍ର ସମ୍ପୂର୍ଣ କରିବାକୁ କତାପାଲି ଅଂଚଳ ବାସୀ ଦାବି କରିଛନ୍ତି

What's Your Reaction?

Like Like 1
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0